ବିଗତ ୯ଦିନ ଭିତରେ କେରଳକୁ ସବୁ ଦିଗରୁ ଗ୍ରାସ କରିଛି ଭୟଙ୍କର ବନ୍ୟା। ଏହି ୯ଦିନ ଭିତରେ ୩୨୪ ଜଣଙ୍କ ଜୀବନ ନେଇସାରିଛି ନିଷ୍ଠୁର ବନ୍ୟା। ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ପହଁଞ୍ଚିଛନ୍ତି। କେରଳର କୋଚିରେ ପହଁଞ୍ଚି ବନ୍ୟା ଅଞ୍ଚଳକୁ ବୁଲି ଦେଖିବା ସହିତ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। କେରଳର ବନ୍ୟା ପରିସ୍ଥିତି ଓ ସହଯୋଗ ପାଇଁ କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାହେବା ପରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ପହଁଞ୍ଚିଥିଲେ ମୋଦି। ସମସ୍ତ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ କେରଳ ପାଇଁ ୫୦୦ କୋଟିର ମଧ୍ୟବର୍ତ୍ତୀ କାଳୀନ ସହାୟତା ଘୋଷଣା କରିଛନ୍ତ। ଏହାସହିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ଲକ୍ଷ ଓ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here