ଦକ୍ଷିଣ ଓଡ଼ିଶାରେ ଲଘୁଚାପ ପ୍ରଭାବରୁ ଜାରି ରହିଥିବା ଲଗାଣ ବର୍ଷା ଧିରେ ଧିରେ କମୁଛି । ବର୍ଷାରେ ୭ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । କେତେକ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳର ଦୁଇଟି ବ୍ଲକ ଥୁଆମୂଳ ରାମପୁର ଓ କର୍ଲାମୁଣ୍ଡାରେ ସର୍ବାଧିକ ୩୦୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି । ଯେଉଁଠି ଲୋକ ଜଳବନ୍ଦୀ ଅଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଉଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ଲଘୁଚାପ ଦ୍ୱାରା ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗିର, ଯାଜପୁର ଓ କୋରାପୁଟରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୧୦୦ ମିମିରୁ ବୃଷ୍ଟିପାତ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳର ଥୁଆମୂଳ ରାମପୁର ଓ କର୍ଲାମୁଣ୍ଡାରେ ସର୍ବାଧିକ ୩୦୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି । କୋରାପୁଟ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଅଧିକ ପ୍ରଭାବିତ ହୋଇଛି । ଗଜପତି ଓ କୋରାପୁଟରେ ବନ୍ୟା ସ୍ଥିତି ନିୟନ୍ତ୍ରଣକୁ ଆସିଛି । କିନ୍ତୁ ମାଲକାନିଗିରିରେ ଧିରେ ଧିରେ ସ୍ଥିତି ସୁଧୁରୁଥିବା ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି । କୋରାପୁଟରେ ଅଧିକାଂଶ ସ୍ଥାନରେ ନିଚ୍ଚ ସ୍ତରରେ ପୋଲ ନିର୍ମାଣ ହୋଇଥିବାରୁ ଅଧିକ ବର୍ଷା ହେଲେ ପୋଲ ବୁଡ଼ି ଯାଉଛି । ତେବେ ସେଠାରେ ପୋଲିସ କର୍ମୀ ୨୪ ଘଣ୍ଟା ନିୟୋଜିତ ଅଛନ୍ତି । ସେହିପରି କନ୍ଧମାଳରେ ଦୁଇ ଜଣ ନିଖୋଜ ଥିବା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here