ବାହାରେ ପାଣି ଘରେ ପାଣି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ପୁରୀ ଜିଲ୍ଲା କୋଣାର୍କ ଏନଏସିର ଚାରି ପାଞ୍ଚଟି ୱାର୍ଡ , ଅଣ୍ଟାଏ ପାଣିରେ ଯାତାୟତ କରୁଛନ୍ତି ଲୋକେ । କେଉଁଠି ଟୁ୍ୟବଲ ବୁଡି ଯାଇଛି ତ କେଉଁଠି ଚୂଲି ବୁଡିଯାଇଛି । ରୋଷେଇ କରି ଖାଇବା ମୁସ୍କିଲ ହୋଇପଡୁଛି । ରାସ୍ତାରେ ଓ ଘରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ଜମି ରହିବା ଯୋଗୁଁ ଏବେ ବିଷଧର ସାପ ପାଇଁ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ । ଏମିତି ପାଞ୍ଚ ବର୍ଷ ହେଲାଣି ପାଣି ସମସ୍ୟା ଲାଗି ରହିଛି ବୋଲି ଅଭିଯୋଗ କରିଛନ୍ତି ବିପନ୍ନ । ତେବେ କୋଣାର୍କ ଏନଏସି ନିର୍ବାହି ଅଧିକାରୀ କହିବା କଥା, ଅର୍ଥାଭାବ ଯୋଗୁ ଯଦିଓ ସମସ୍ୟାର ସମାଧାନ ହୋଇପାରିନି, କିନ୍ତୁ ଲୋକମାନେ ଘରର ଅଳିଆ ଆବର୍ଜନା ପକାଇ ପାଣି ବାଟ ବନ୍ଦ କରୁଛନ୍ତି । ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଖୁବଶୀଘ୍ର ଡ୍ରେନେଜ ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । କେବଳ କୋଣାର୍କ ଏନଏସି ନୁହେଁ, ଦୁଇଦିନର ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାଣ୍ଣବ ହୋଇଥିବା ଖବର ମିଳିଛି . ରାୟଗଡା, ମାଲକାନଗିରି, ବୌଦ ପ୍ରଭୃତି ଅଞ୍ଚଳରେ ବର୍ଷା ଯୋଗୁ ଅଧିକାଂଶ ଅଂଚଳରେ ଲୋକେ ପାଣି ଘେରରେ ରହିଛନ୍ତି .

LEAVE A REPLY

Please enter your comment!
Please enter your name here