ଉତ୍ତରପ୍ରଦେଶ ବସ୍ତି ଜିଲ୍ଲା କୁଆନୋ ନଦୀର ଅମହଟ ଘାଟରେ ଶନିବାର ସନ୍ଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ବେଳେ ଅଘଟଣ ଘଟିଛି. ସେହି ଡଙ୍ଗାରେ ରାଜ୍ୟମନ୍ତ୍ରୀ ସୁରେଶ ପାଶୀ, ବିଜେପିର ପୂର୍ବତନ ଅଧ୍ୟକ୍ଷ ରମାପତୀ ରାମ ତ୍ରିପାଠୀ, ସାଂସଦ ହରିଶ ଦ୍ୱିବେଦୀ, 4 ଜଣ ବିଧାୟକ ଓ ଏସପି ଦିଲିପ କୁମାରଙ୍କ ସମେତ 17 ଜଣ ବସିଥିଲେ. ଯାହାଫଳରେ ଡଙ୍ଗାଟି ସନ୍ତୁଳନ ହରାଇ ଓଲଟି ପଡିଥିଲା. ଫଳରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଓ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ନଦୀରୁ ବାହାର କରାଯାଇଥିଲା.

LEAVE A REPLY

Please enter your comment!
Please enter your name here