ଆସନ୍ତା ଅକ୍ଟୋବର 21 ତାରିଖରେ ହେବ ବିଜେପୁର ଉପନିର୍ବାଚନ. ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ. ସେପ୍ଟେମ୍ବର 30 ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ଦାଖଲ କରିପାରିବେ. ଅକ୍ଟୋବର 21ରେ ଭୋଟ ଏବଂ 24ରେ ଗଣତି ହେବ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିବା ପରେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ. ଗତ ଦୁଇବର୍ଷ ଭିତରେ ବିଜେପୁରବାସୀ ତିନିଥର ଭୋଟ ସାମନା କଲେଣି. ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଉପନିର୍ବିବାଚନରେ ବିଜେଡି ପ୍ରାର୍ଥୀ କରି ଜିତାଇଥିଲା. ସେ ମାତ୍ର ଦଶମାସ ବିଧାୟିକା ରହିବା ପରେ ସାଧାରଣ ନିର୍ବାଚନ ହୋଇଥିଲା. ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ବିଜେପୁର ବିକାଶ ପାଇଁ ପ୍ୟାକେଜ ଘୋଷଣା କରିଥିଲେ.

LEAVE A REPLY

Please enter your comment!
Please enter your name here