ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସି ପୁରୀରେ ଚାଲିଥିବା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶ ବିକାଶ ମୁଖୀ ହୋଇଛି ଏବଂ ବିଜେପି ସରକାର ସବକା ସାଥ, ସବକା ବିକାଶକୁ ଗୁରୁତ୍ବ ଦେଇ ଆସୁଛି ବୋଲି କହିଛନ୍ତି. ଏଥିସହିତ ଶାହା ରାଜ୍ୟରେ ବିଜେଡି ସରକାର ଓ ବିରୋଧୀ କଂଗ୍ରେସକୁ ସମାଲୋଚନା କରିଥିଲେ. ଶାହାଙ୍କ ଗସ୍ତ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ଏଠାରେ ସୂଚନାଯୋଗ୍ୟ, ଗତକାଲି ଏହି ଅଧିବେଶନକୁ ବିଜେପି ଏସ୍‌ଟି ମୋର୍ଚ୍ଚା ଅଧ୍ୟକ୍ଷ ରାମବିଚାର ନେତମ୍ ଉଦ୍‌ଘାଟନ କରିଥିଲେ. କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ୍ ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧିବେଶନରେ ଯୋଗ ଦେଇଥିଲେ.

 

LEAVE A REPLY

Please enter your comment!
Please enter your name here