ତେଲ ଦର ଆକାଶ ଛୁଆଁ । ଦିନକୁ ଦିନ ବୃଦ୍ଧି ପାଉଥିବା ତେଲ ଦର ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆଉ ଏହାକୁ ନେଇ ରାଜନୀତି ନିଆଁ ବି ତେଜି ଉଠୁଛି ।  ଏପରି ସ୍ଥିତିରେ ମୁହାଁମୁହିଁ ବିଜେଡି ଓ ବିଜେପି । ରାଜ୍ୟ ସରକାର ତୈଳ ଦରରୁ ଭାଟ କମାନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରସ୍ତାବକୁ ଆମେ ଗ୍ରହଣ କରୁନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ  ।

ତେଲ ଦର ନିୟନ୍ତ୍ରଣ ପାଇଁ ଅନ୍ୟ କେତେକ ରାଜ୍ୟମାନଙ୍କ ଭଳି ଓଡ଼ିଶା ମଧ୍ୟ ଟିକସ କମାଇବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ରେ ତେଲରୁ ୩ ହଜାର କୋଟିରୁ କମ୍ ଟିକସ ପାଉଥିବାବେଳେ ଏବେ ୭ ହଜାର ଟିକସ ପାଉଛି ରାଜ୍ୟ । ତେଣୁ ତେଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଧାନ ।

ଅନ୍ୟପକ୍ଷରେ ବିଜେପି ବାରମ୍ବାର ଭାଟ କମାଇବା ପାଇଁ ପ୍ରସ୍ତାବ ଦେଉଥିବା ବେଳେ  ଗତ ୪ ବର୍ଷରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ ବଢାଇବାରେ ଲାଗିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିଲା ବେଳେ କେନ୍ଦ୍ର ସରକାର ତୈଳ ଦର କମାଇବା ବଦଳରେ କାହିଁକି ବଢାଉଛନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କେନ୍ଦ୍ରକୁ ପ୍ରଶ୍ନ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here