ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଆସନ୍ତା ନଭେମ୍ବର ୧୨ରେ ହେବ ହିମାଚଳ ପ୍ରଦେଶ ଭୋଟ ଗ୍ରହଣ । ସମସ୍ତ ୬୮ ବିଧାନସଭା ଆସନରେ ଏହି ଗୋଟିଏ ଦିନ ଭୋଟ ଦିଆଯିବ । ଆସନ୍ତା ଡିସେମ୍ବର ୮ରେ ଭୋଟ ଗଣତି ହେବ । ଅକ୍ଟୋବର ୧୭ରୁ ୨୫ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ । ଅକ୍ଟୋବର ୨୭ରେ ଯାଞ୍ଚ, ୨୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେପଟେ ହିମାଚଳ ପ୍ରଦେଶରେ କ୍ଷମତାରେ ଅଛି ବିଜେପି । ଏଠାରେ କଂଗ୍ରେ ଏବଂ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ।
ଗୁଜରାଟ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇନାହିଁ ।

LEAVE A REPLY

Please enter your comment!
Please enter your name here