ସୀମା ସୁରକ୍ଷା ପାଇଁ ଆର୍ମି ମୁଖ୍ୟଙ୍କ କଡା ଅଭିମୁଖ୍ୟ I ପାକ୍ ଅଧିକୃତ କାଶ୍ମୀର ଦଖଲ ପାଇଁ ଇସାରା ଦେଲେ ଆର୍ମି ମୁଖ୍ୟ ଚିଫ୍ ଜେନେରାଲ ଏମ ଏମ ନର୍ଭାଣେ I ସାମ୍ବାଦିକ ସମ୍ମିଳନୀରେ କହିଲେ, ସମ୍ବିଧାନର ସୁରକ୍ଷା ପାଇଁ ଭାରତୀୟ ସେନା ବଦ୍ଧପରିକର I ଅନୁମତି ମିଳିଲେ ପାକ୍ ଅଧିକୃତ କାଶ୍ମୀର ଭାରତରେ ମିଶାଇ ଦେବୁ I ଅନୁପ୍ରବେଶକାରୀଙ୍କୁ ନିସ୍ତାର ମିଳିବନି I ଉତ୍ତରାଞ୍ଚଳ ସୀମାନ୍ତରେ ଚୀନ ନେଉଥିବା ପଦକ୍ଷେପ ନେଇ ସେନା ସଚେତନ ରହିଛି ଏବଂ ସୀମାରେ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସେନା ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି I

LEAVE A REPLY

Please enter your comment!
Please enter your name here