ବାଲିଅନ୍ତା ତହସିଲଦାର ଗିରଫ । ଭୁବନେଶ୍ୱର ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଗିରଫ ହୋଇଥିବା ସୂଚନା ମିଳିଛି । ତହସିଲର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଦୁହିଁକୁ ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ ଟିମ୍ । ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗରେ ଗିରଫ ହୋଇଛନ୍ତି । ଜମିଜମା ମାମଲା ପାଇଁ ଟଙ୍କା ନେଉଥିଲେ ଡାଟା ଏଣ୍ଟ୍ରି ଅପରେଟର । ତହସିଲଦାରଙ୍କ ପାଇଁ ସେ ଟଙ୍କା ନେଉଥିବା ସୂଚନା ମିଳିଥିଲା । ସୂଚନା ଆଧାରରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

LEAVE A REPLY

Please enter your comment!
Please enter your name here