କୋଭିଡ ପାଇଁ ଚଳିତବର୍ଷ ଐତିହାସିକ ବାଲିଯାତ୍ରା ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ମଧ୍ୟ କୋଭିଡ ପାଇଁ ବାଲିଯାତ୍ରା ବନ୍ଦ ରହିଥିଲା ।

ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ପାରମ୍ପରିକ ବୋଇତ ବନ୍ଦାଣ ସହ କଟକର ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଓଡିଶାର ଐତିହ୍ୟ, ପରଂପରାର ସ୍ବାକ୍ଷର ବହନ କରୁଥିବା ବାଲିଯାତ୍ରା ଗତ ଦୁଇବର୍ଷ ଧରି କୋଭିଡ କଟକଣା ପାଇଁ ବନ୍ଦ କରାଯାଉଛି । କରୋନାର ତୃତୀୟ ଲହର ସଂକ୍ରମଣ ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here