ବାପା ପୋଲିସ ଅଫିସର ହୋଇଥିବାରୁ ତାଙ୍କ ବନ୍ଧୁକ ନେଇ ବ୍ୟାଙ୍କ ଲୁଟ କରୁଥିଲା ପୁଅ । ସୁନ୍ଦରଗଡ ଟାଉନ ଥାନା ହସ୍ପିଟାଲ ରୋଡ ସ୍ଥିତ ଏକ୍ସିସ୍ ବ୍ୟାଙ୍କ ଶାଖାରେ ବନ୍ଧୁକ ଦେଖାଇ ଦୁବୃର୍ତ୍ତ ଜଣଙ୍କ ୧୫ ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲା । ଶଙ୍କରା ନିକଟରେ ପୋଲିସ ସହିତ ଲୁଟେରା ପୁଅର ମୁହାଁମୁହିଁ ହୋଇଥିଲା । ଏପରିକି ପରସ୍ପର ଉପରକୁ ଫାୟାରିଂ ମଧ୍ୟ କରିଥିଲେ । ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି କରିଥିଲା ଦୁବୃର୍ତ୍ତ । ଲୁଟେରା ଜଣଙ୍କ ଜୟଦେବ ନାୟକ । ତା ନିକଟରୁ ବନ୍ଧୁକ ଏବଂ ଲୁଟ୍ ଟଙ୍କା ଜବତ କରିଛି ପୋଲିସ । ଜୟଦେବ ଜଣେ ପୋଲିସ ବାବୁଙ୍କ ପୁଅ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here