ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଗତକାଲି ରାତିରେ ଘଟିଛି ବଡ ଅଘଟଣ | ଭୁଶୁଡି ପଡିଛି ନିର୍ମାଣଧୀନ କୋଠା | ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି | ମୃତ ଶ୍ରମିକ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରର ଅନ୍ତର୍ଯ୍ୟାମୀ ଗୁରୁ | ସେପଟେ ଏହି ଅଘଟଣଙ୍କୁ ନେଇ ମୁହଁଫୁଟାଣି ଦେଖାଇଛନ୍ତି ନିର୍ମାଣ କରୁଥିବା ଦିଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇ | ଏହା ସମ୍ପୂର୍ଣ ରୂପେ ଶ୍ରମିକଙ୍କ ଭୁଲ ବୋଲି କହିଛନ୍ତି ଦିଲ୍ଲୀପ | ସେ କହିଛନ୍ତି, ଢଳେଇ କାମ ସରିଯାଇଥିଲା | ଅଧିକ ଓଜନ ପଡ଼ିବାରୁ ଛାତ ଭୁଶୁଡ଼ି ପଡ଼ିଲା | ନିର୍ମାଣ ପୂର୍ବରୁ ସବୁ କିଛି ଠିକ୍ ଭାବେ ଯାଞ୍ଚ କରାଯାଇଥିଲା | ଶ୍ରମିକଙ୍କ ସୁରକ୍ଷା ନେଇ ବି ବ୍ୟବସ୍ଥା କରାଯାଇଥିଲା | ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇ ନଥିବା ସେ କହିଛନ୍ତି | ଏହି ଅଘଟଣ ରାତି ପ୍ରାୟ ୧୧.୩୦ ରେ ଘଟିଥିଲା |

ସୂଚାନଯୋଗ୍ୟ, ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି | ନିର୍ମାଣ କରୁଥିବା ଦିଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇଙ୍କୁ ଅଟକି ରଖି ଡିସିପିଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି | ଅନ୍ୟପଟେ, ବିମାନ ବନ୍ଦର ଛାତ ଭୁଶୁଡିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର | କହିଛନ୍ତି, ଘଟଣାକୁ ନେଇ ରାଜନୀତି କରାନଯାଉ | ସମସ୍ତ ଆହତ ଓ ମୃତକଙ୍କୁ କ୍ଷତିପୂରଣ ମିଳୁ | ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ | କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି | ଏହା ଏକ ବଡ ଧରଣର ଅଘଟଣ, ଦିନ ହୋଇଥିଲେ ବହୁତ ଜୀବନ ଯାଇଥାନ୍ତା | ଏହି ଅଘଟଣ ପାଇଁ ସମ୍ପୂର୍ଣ ରୂପେ କଂଟ୍ରାକ୍ଟରଙ୍କ ଦାଇତ୍ୱହୀନତା ପାଇଁ ଘଟିଛି ବୋଲି କହିଛନ୍ତି ସୁର | ମୃତକଙ୍କ ପରିବାରକୁ କ୍ଷତି ପୁରାଣ ବାବଦକୁ ୨୦ ହଜାର ଟଙ୍କା ସହ, ପରିବାରର ଜଣଙ୍କୁ ଚାକିରୀ ଦେବା ପାଇଁ ଦାବି କରିଛନ୍ତି | ରାଜ୍ୟ ସରକାର ନୁହେଁ, ଭାରତ ସରକାର ଏଥି ପାଇଁ ସମ୍ପୂର୍ଣ ରୂପେ ଦାୟୀ ବୋଲି କହିଛନ୍ତି |

LEAVE A REPLY

Please enter your comment!
Please enter your name here