ଭାଷାରେ ବର୍ଣ୍ଣନା କରିପାରୁନାହାଁନ୍ତି । ଧୈର୍ଯ୍ୟ ଧରିବା ମୁସ୍କିଲ ହୋଇପଡୁଛି । ମନରେ ଭୟ ଆଉ ଆତଙ୍କ । ଏ ହେଉଛନ୍ତି ବାଲେଶ୍ୱର ତାଳପାଢି ଗାଁର ସୌଦାମିନି ମଳିକ । ଘରେ ଏକାକୀ ଥିବାବେଳେ ଲୁଟର ଶୀକାର ହୋଇଛନ୍ତି ସୌଦାମିନୀ । ଆସନ୍ତୁ ନଜର ପକାଇବା ପୁରା ଘଟଣା ଉପରେ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉଡ ପଂଚାୟତ ତାଳପାଢୀ ଗାଁରେ ସୌଦାମିନୀଙ୍କ ଘର । ସ୍ୱାମୀ ଭାଗବତ ଓ ପାଂଚବର୍ଷର ପୁଅକୁ ନେଇ ତାଙ୍କର ଛୋଟ ପରିବାର । ସ୍ୱାମୀ ଭାଗବତ ଘରେ ନ ଥିବା ବେଳେ ଦିନ ପ୍ରାୟ ସାଢେ ଏଗାରଟା ସମୟରେ ଏକ ଧଳାରଙ୍ଗର ବାଇକ ଧରି ତାଙ୍କ ଘରେ ପହଂଚିଥିଲେ ଦୁଇଜଣ ଲୋକ । ନିଜକୁ ବାହାନଗା ବ୍ଲକ କର୍ମଚାରୀ ଭାବେ ପରିଚୟ ଦେଇ ଆରମ୍ଭ କରିଥିଲେ କାରନାମା । ପ୍ରଥମେ ତମ ନାଁରେ ଇନ୍ଦିରା ଆବାସ ଘର ଆବଣ୍ଟନ ଆସିଛି ଏବଂ ସରପଂଚ ତାକୁ ଲକ୍ କରିଦେଇଛନ୍ତି ବୋଲି କହିଥିଲେ । ତିରିଶ ହଜାର ଟଙ୍କା କି ସୁନାଗହଣା ଦେଲେ ଲକ୍ ଖୋଲିଯିବ ବୋଲି କହିଥିଲେ । ଏଥିରେ ମହିଳା ଜଣକ ରାଜି ନ ହେବାରୁ ତାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କିଛି କାଗଜପତ୍ରରେ ସୌଦାମିନୀ ଓ ସ୍ୱାମୀ ଭାଗବତଙ୍କ ନାଁ ଲେଖାଥିବା ଦେଖାଇଥିଲେ । ମାତ୍ର ସୌଦାମିନୀ ଟଙ୍କା ଦେବାକୁ ରାଜି ନ ହେବାରୁ ସେମାନେ ତାଙ୍କ ପାଂଚବର୍ଷର ପୁଅ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିବା ଆରମ୍ଭ କରିଦେଇଥିଲେ ।

ଭୟରେ ସୌଦାମିନୀ ତାଙ୍କର ଦୁଇହଳ କାନଫୁଲ, ଲକେଟ, ସୁନା ପଲା ଓ ଦଶହଜାର ଟଙ୍କା ଦେଇଥିବା କହିଛନ୍ତି । ଟଙ୍କା ଓ ସୁନା ଲୁଟି ନେବା ପରେ ଦୁର୍ବୃତ୍ତମାନେ ଗାଁରୁ ଚଂପଟ ମାରିଥିଲେ । ଏହି ଘଟଣାରେ ପୁରା ଭୟଭିତ ହୋଇପଡିଥିଲେ ସୌଦାମିନି । ସେ ସୋରୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତବର୍ଷ ମଧ୍ୟ ବାହାନଗା ବ୍ଲକରେ ଏମିତି ଢଙ୍ଗରେ ଲୁଟ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here