ଆଜି ଓଡ଼ିଶାରେ ଅନୁଷ୍ଠିତ ହେଉଛି ସର୍ବଭାରତୀୟ ନିଟ୍ । ରାଜ୍ୟ ଏବଂ ଦେଶର ପ୍ରମୁଖ ମେଡିକାଲ କଲେଜର ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ନାମ ଲେଖା ଲାଗି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାସ ଟେଷ୍ଟ ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏରେ ଶେଷ ହେବ। ଓଡିଶାର ୪୨,୦୦୦ ପରୀକ୍ଷାର୍ଥୀ ଏଥର ନିଟ୍ ଦେବାକୁ ନାମ ପଞ୍ଜିକରଣ କରିଛନ୍ତି । ଅନୁଗୁଳ , ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲା ଏବଂ ସମ୍ବଲପୁରରେ ପରୀକ୍ଷାକେନ୍ଦ୍ର ହୋଇଛି । ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିଥିଲେ । ପରୀକ୍ଷାର୍ଥୀଙ୍କ ପାଇଁ ଏଥର ବି କଡା ନିୟମ କରାଯାଇଛି । ଖାଦ୍ୟ ସାମଗ୍ରୀ, ଅଳଙ୍କାର, ହାତଘଣ୍ଟା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରମୂଖ ପରୀକ୍ଷା ହଲକୁ ବାରଣ କରାଯାଇଛି । ଡ୍ରେସ ପରିଧାନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଗତ ମେ ୫ରେ ସାରା ଦେଶରେ ନିଟ୍ ଅନୁଷ୍ଠିତ ହେବାକୁ ଥିବାବେଳେ ବାତ୍ୟା ଫନି ଯୋଗୁ ଏହାକୁ ମେ ୨୦କୁ ଘୁଞ୍ଚାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here