ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତ କରିଥିଲେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ଆଉ ବିଜେଡିର ଏହି ନିଷ୍ପତ୍ତି ବିରୋଧରେ ଏବେ ଭୁବନେଶ୍ଵରରେ ମେଳି କରିଛନ୍ତି ଅନେକ ଛାତ୍ର ନେତା । ନବନିଯୁକ୍ତ ଛାତ୍ର ଓ ବିଜେଡି ସଭାପତିଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି । ସେମାନଙ୍କ ଅଭିଯୋଗ, ଛାତ୍ର ସଭାପତି ଚୟନରେ ଏକ ପାଖିଆ ନିଷ୍ପତ୍ତି ନିଆଯାଇଛି । ପାଣ୍ଡିଆନଙ୍କ କୋଟେରି ଗ୍ରୁପକୁ ପ୍ରାଧାନ୍ୟ ମିଳୁଥିବା ଚର୍ଚ୍ଚା ହେଉଛି । ଏହାକୁ ବିରୋଧ କରି ଭୁବନେଶ୍ୱରରେ ମେଳି କରିଛନ୍ତି ବିଜେଡି ଛାତ୍ର ସଂଗଠନର ନେତା ଓ କର୍ମୀ ।

LEAVE A REPLY

Please enter your comment!
Please enter your name here