ଶେଷରେ ବିଜେଡିରୁ ବିଦା ହେଲେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ସାମ୍ବାଦିକମାନଙ୍କୁ କହିଛନ୍ତି । ଏଥିସହିତ ଏକ ପ୍ରେସ ଇସ୍ତାହାରରେ ବିଜେଡି ପକ୍ଷରୁ ଦୁଇ ବିଧାୟକଙ୍କୁ କାହିଁକି ବହିଷ୍କାର କରାଗଲା, ସେସଂପର୍କରେ ସଫେଇ ଦିଆଯାଇଛି । ସୌମ୍ୟରଂଜନ ପଟ୍ଟନାୟକ ନିଜ ମାଲିକାନାରେ ଚାଲିଥିବା ‘ସମ୍ବାଦ’ର କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଉଠାଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା କୁହାଯାଇଛି । ଗତ କିଛିଦିନ ଧରି ଇଓଡବ୍ଲୁ ସମ୍ବାଦ ଅଫିସରେ ରେଡ୍ ଜାରି ରଖିଛି । କୋଟି କୋଟି ଟଙ୍କାର ଯୋଜନାବଦ୍ଧ ଲୋନ୍ ଫ୍ରଡ୍ କରିଥିବାରୁ ଏବଂ ଲୋନ୍ ଠକେଇ ସଂପର୍କରେ ସମ୍ବାଦର ପୂର୍ବତନ କର୍ମଚାରୀ ଇଓଡବ୍ଲୁ ନିକଟରେ ଅଭିଯୋଗ କରିବା ପରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡା ନିଜ ପରିଚାଳିତ କଂପାନୀ ମାଧ୍ୟମରେ ଚାଷୀଙ୍କ ପାଇଁ ଆସିଥିବା ତିନିକୋଟି ଟଙ୍କାର ସରକାରୀ ସବସିଡ୍ ହଡପ କରିଥିବା କୁହାଯାଇଛି ।
ସୂଚନାଯୋଗ୍ୟ, ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ପଟ୍ଟନାୟକ ଲଗାତର ଭାବେ ମନ୍ତ୍ରୀ ବଡ ନା ସଚିବ ବଡ ଏବଂ ଫାଇଭ୍ ଟି ସଚିବ ପାଣ୍ଡିୟାନଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରିବା ପରେ ତାଙ୍କୁ ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା । ଏହି ଘଟଣା ପରେ ଗତ 16 ତାରିଖରେ ଇଓଡବ୍ଲୁ ନିକଟରେ ସମ୍ବାଦର ପୂର୍ବତନ କର୍ମଚାରୀମାନେ ସୌମ୍ୟ ରଂଜନଙ୍କ ନାଁ ରେ ବ୍ୟାଙ୍କ ଋଣ ସ୍କାମ ସଂପର୍କରେ ଅଭିଯୋଗ କରିବା ପରେ ଇଓଡବ୍ଲୁ ରେଡ୍ ଆରମ୍ଭ ହୋଇଛି । ଇଓଡବ୍ଲୁ ପକ୍ଷରୁ କୁହାଯାଇଛି, ସମ୍ବାଦ ଏଭଳି 350 କର୍ମଚାରୀଙ୍କ ନାଁରେ ଋଣ କରିଥିଲା । କର୍ମଚାରୀଙ୍କ ଉପରେ ଚାପ ପକାଇ ସମ୍ବାଦ କର୍ତ୍ତୃପକ୍ଷ ବ୍ୟାଙ୍କ ଋଣ କରିବା ପରେ ଋଣ ଅର୍ଥକୁ ନିଜ କଂପାନୀ ପାଇଁ ଖର୍ଚ୍ଚ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here