କାନାଡାରେ ଭିସା ସର୍ଭିସ ବାତିଲ କଲା ଭାରତ । କାନାଡାରୁ ଭାରତ ଭ୍ରମଣରେ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କୁ ଭାରତ ସରକାର ଭିସା ପ୍ରଦାନ କରିବେ ନାହିଁ । ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଭାରତକୁ ଦାୟୀ କରିବା ପରେ ଦୁଇ ଦେଶ ଭିତରେ ତିକ୍ତତା ବଢିବାରେ ଲାଗିଛି । କାନାଡାରେ ଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ନୂଆଦିଲ୍ଲୀରୁ ପରାମର୍ଶ ଜାରି କରାଯାଇଛି । ବୁଲିବା ପାଇଁ କାନାଡା ନିରାପଦ ସ୍ଥାନ ନୁହେଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଥିସହିତ ଭାରତରେ ଥିବା କାନାଡା ଦୂତାବାସରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦୁଇଦେଶ ଣଧ୍ୟରେ ତିକ୍ତତା ବଢୁଥିବା ବେଳେ ଭାରତ ସରକାର କାନାଡା ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here