ଚାରିଜଣ ଜାପାନୀ ପର୍ଯ୍ୟଟକ ସି-ଫୁଡ୍ କ୍ରାବ୍ ଡିସ୍ (କଙ୍କଡା) ଖାଇବା ପାଇଁ ବରାଦ କଲେ । ଆଲାସ୍କାନ କିଙ୍ଗ୍ ଚିଲି କ୍ରାବ୍ ଡିସ୍ ଖାଇବା ପରେ ହୋଟେଲ ବୟ ସେମାନଙ୍କୁ ଯେଉଁ ବିଲ୍ ଧରାଇଲା, ସେଥିରେ ସେମାନେ ତାଜୁବ ହୋଇଗଲେ । ଚାରିଜଣ ଖାଇଥିବା କ୍ରାବ୍ ଡିସର ଦାମ୍ ଥିଲା 56 ହଜାର 503 ଟଙ୍କା । ଚାରି ପର୍ଯ୍ୟଟକ ଗୋଟିଏ ଡିସ୍ ପାଇଁ ଏତେ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି କହିଲେ । ଏପରିକି ଖାଇବାକୁ ଦେବା ପୂର୍ବରୁ ଡିସ୍ ର ମୂଲ୍ୟ ଏତେ ଅଧିକ ବୋଲି ସେମାନଙ୍କୁ ଜଣା ନଥିଲା । ଶେଷରେ ବାଧ୍ୟ ହୋଇଚାରିଜଣ ଜାପାନୀ ପର୍ଯ୍ୟଟକ ପୋଲିସକୁ ଫୋନ୍ କଲେ । ଏହି ଘଟଣା ଘଟିଛି ସିଙ୍ଗାପୁରର ସି ଫୁଡ୍ ପାରାଡାଇଜରେ । ଚାରି ଜାପାନୀ ପର୍ଯ୍ୟଟକ ପୋଲିସକୁ ଖବର ଦେବା ପରେ ହୋଟେଲରେ ପହଞ୍ଚିଥିଲା ପୋଲିସ । ପର୍ଯ୍ୟଟକଙ୍କ କହିବା କଥା, ସେମାନଙ୍କୁ ହୋଟେଲ ଓ୍ବେଟର ଆଲାସ୍କାନ କିଙ୍ଗ୍ ଚିଲି କ୍ରାବ୍ ଡିସ୍ ର ମୂଲ୍ୟ 20 ଡଲାର କହିଥିଲା । ମାତ୍ର ସେ କହିଥିବା ମୂଲ୍ୟ ପ୍ରତି ଶହେଗ୍ରାମ ପିଚ୍ଛା ବୋଲି ସେମାନେ ଜାଣି ନଥିଲେ । ସେମାନଙ୍କୁ ଦିଆଯାଇଥିବା ଡିସରୁ ଚାରିଜଣ ଯାକ ମିଶି ମାତ୍ର 3500 ଗ୍ରାମ ଖାଇଥିଲେ । ତେବେ ସିଙ୍ଗାପୁର ପୋଲିସ ପହଞ୍ଚି ଆଲୋଚନା କରିବା ପରେ ହୋଟେଲ କର୍ତ୍ତୃପକ୍ଷ ରିହାତି ମୂଲ୍ୟରେ ଚାରି ପର୍ଯ୍ୟଟକଙ୍କଠୁ ଟଙ୍କା ରଖିଥିଲେ । ଏହି ଘଟଣା ସଂପର୍କରେ ଚାରିଜଣ ଜାପାନୀ ପର୍ଯ୍ୟଟକ ସିଙ୍ଗାପୁର ପର୍ଯ୍ୟଟନ ବୋର୍ଡକୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here