ବିଜେଡି ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । 5ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ 27ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି । ଆଜି ସକାଳେ ବିଜେପି ଛାଡି ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଦଳ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଛାଡି ଆସିଥିବା ଧନୁର୍ଜୟ ସିଦ୍ଧୁଙ୍କୁ କେନ୍ଦୁଝର ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିଛି । ବରଗଡ ଲୋକସଭା ଆସନରୁ ପରିଣୀତା ମିଶ୍ର, ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତା ମଣ୍ଡଳ ପ୍ରାର୍ଥୀ ହୋଇଛନ୍ତି ।
ସେହିପରି 27ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି । ମାହାଙ୍ଗା ବିଧାନସଭା ଆସନରେ ଦଳ ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅହ୍କିତ ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରିଛି । ସେମାନେ ହେଲେ ବଣାଇ- ଭୀମସେନ ଚୌଧୁରୀ, ବାରିପଦା- ସାନନ୍ଦ ମାରାଣ୍ଡି, ତଳସରା- ବିଜୟ ଟପ୍ପୋ, ସୁନ୍ଦରଗଡ଼- ଯୋଗେଶ ସିଂହ, ରାଜଗାଙ୍ଗପୁର-ଅନୀଲ ବାର୍ଲା, ବଣାଇ- ଭୀମସେନ ଚୌଧୁରୀ, ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌, ଉଦଳା- ଶ୍ରନାଥ ସୋରେନ୍‌, , ବାରିପଦା- ସାନନ୍ଦ ମାରାଣ୍ଡି, ବଡ଼ସାହି- ଅନସୂୟା ପାତ୍ର, ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ, ସୋର- ମାଧବ ଧଡା, ଆଠମଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା, ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ- ଜୟଶ୍ରୀ କହଁର,
ତିର୍ତ୍ତୋଲ- ରମାକାନ୍ତ ଭୋଇ, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ, ଭୁବନେଶ୍ବର ଏକାମ୍ର- ଅଶୋକ ପଣ୍ଡା, ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ, ଆସିକା- ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ, ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଏବଂ ପଟାଙ୍ଗୀ ଆସନରେ ଦଳ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here