ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଦୁଇଜଣ ଆଇଏଏସ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଏବଂ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶଈଷ ସିଂଙ୍କ ସମେତ 6 ଜଣ ଏସପିଙ୍କ ବିଶ୍ବସନୀୟତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ନିର୍ବାଚନ କମିଶନ । ତୁରନ୍ତ ସେମାନଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଆଜି କମିଶନଙ୍କ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ବାଚନ କମିଶନଙ୍କ ସଚିବ ରାକେଶ କୁମାର ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ନିର୍ବାଚନ କମିଶନଙ୍କ ସନ୍ଦେହଘେରକୁ ଆସିଥିବା ଏହି ଅଧିକାରୀମାନେ ହେଲେ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶୀଷ କୁମାର ସିଂ, କଟକ ଡିସିପି କନଓ୍ୱାର ବିଶାଲ ସିଂ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ଏସପି ସର୍ଭଣା ବିବେକ ଏମ୍, ଅନୁଗୁଳ ଏଶପି ସୁଧାଂଶୁ ଶେଖର ମିଶ୍ର । ଏମାନଙ୍କ ବ୍ୟତୀତ ଦୁଇ ଆଇଏଏସ ଅଧିକାରୀ ହେଲେ କଟକ ଜିଲ୍ଲାପାଳ ଭିନିତ ଭରଦ୍ବାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟଓ୍ୱାରୀ । ସେମାନଙ୍କ ସ୍ଥାନରେ ତିନିଜଣ ଲେଖାଁଏ ଯୋଗ୍ୟ ଅଧିକାରୀଙ୍କ ନାଁ ପ୍ରସ୍ତାବ ଦେବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here