ଟିକଟକୁ ନେଇ ଏବେ ବିଜେଡିରେ କସରତ ଚାଲିଥିବା ବେଳେ ନବୀନ ନିବାସରେ ନେତାଙ୍କ ଭିଡ ଲାଗିରହିଛି. ଏହା ଭିତରେ ସୁନ୍ଦରଗଡ ବିଜେଡି ନେତ୍ରୀ କୁସୁମ ଟେଟେ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି. ପ୍ରାର୍ଥୀ ଚୟନରେ ସେ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡିଥିବା ପ୍ରକାଶ କରିଛନ୍ତି. ଏ ନେଇ ଗଣମାଧ୍ୟମ ସାମ୍ନାରେ ନିଜର ଇସ୍ତଫା ଘୋଷଣା କରିଛନ୍ତି କୁସୁମ. ତେବେ କର୍ମୀଙ୍କ ମତାମତ ନେଇ ସେ ଆଗକୁ ନିଷ୍ପତ୍ତି ନେବେ ଏବଂ 2019 ନିର୍ବାଚନ ମଧ୍ୟ ଲଢିବେ ବୋଲି କହିଛନ୍ତି. 5 ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଥିଲା, ଯାହାର ପରିଣାମ ଆଜି ସେ ପାଇଲେ ବୋଲି କହିଛନ୍ତି କୁସୁମ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ 17 ତାରିଖରେ ସେ ବିଜେଡି ଟିକଟରୁ ନିର୍ବାଚନ ଲଢିବେ ବୋଲି ପ୍ରକାଶ କରିଥିଲେ ଏବଂ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମ୍ୟାନ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ. ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମୋଦ ପଟ୍ଟନାୟକ. ସେ ମଧ୍ୟ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here