ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ. ଟିକଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିବା ବେଳେ ଆଜି ଦଳରୁ  ଇସ୍ତଫା ଦେଇଛନ୍ତି. ଦଳ ପ୍ରତି ଆନୁଗତ୍ୟକୁ ଅଣଦେଖା କରାଯାଇଛି ଏବଂ ଗତ ପାଞ୍ଚବର୍ଷ ଭିତରେ ସେ କନ୍ଧମାଳ ନିର୍ବାଚନମଣ୍ଡଳୀରେ କରିଥିବା  କଠିନ ପରିଶ୍ରମକୁ ମଧ୍ୟ ଦଳ ଅଣଦେଖା କରିଥିବା ସେ ପ୍ରକାଶ କରିଛନ୍ତି. 33 ପ୍ରତିଶତ ମହିଳାଙ୍କୁ ଟିକଟ ଦିଆଯିବ ବୋଲି ନବୀନ ଘୋଷଣା କରିଥିବା ବେଳେ ତାଙ୍କୁ ଟିକଟ ଦିଆଗଲା ନାହିଁ. ଯଦିଓ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ତାଙ୍କୁ କୁହାଯାଇଥିଲା ବୋଲି ପ୍ରତ୍ୟୁଷା କହିଛନ୍ତି. ସେ ଅଭିଯୋଗ କରିଛନ୍ତି, ଗତ 4 ବର୍ଷ ଧରି ବିଭିନ୍ନ ମାମଲାରେ ତାଙ୍କୁ ଛନ୍ଦି ଦିଆଯାଇଥିଲା ଏବଂ ନୟାଗଡ ବିଧାୟକ ଅରୁଣ ସାହୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ. ଏସଂପର୍କରେ ସେ ଦଳକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି. ସେହିପରି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି. ଟିକଟ ନମିଳିବାରୁ ସେ ଅସନ୍ତୁଷ୍ଟ ଥିଲାବେଳେ ଆଜି ସେ ଇସ୍ତଫା ଦେଇଛନ୍ତି. ଦଳର କିଛି ମୁଷ୍ଟିମେୟ ନେତାଙ୍କ ଭୁଲ ନିଷ୍ପତ୍ତି ପାଇଁ ସେ ଟିକଟ ପାଇନାହାନ୍ତି ଓ ଦଳରେ ଦୁର୍ନୀତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଟିକଟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି.

LEAVE A REPLY

Please enter your comment!
Please enter your name here