ରାଜ୍ୟସରକାର ବିଧାନ ପରିଷଦ ଗଠନ କରିବାକୁ ନେଇଥିବା ନିଷ୍ପତ୍ତି ପରେ କ୍ୟାବିନେଟ ମୋହର ମାରିଛି । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏସମ୍ପର୍କିତ ପ୍ରସ୍ତାବ ଗୃହୀତ ହେବା ସହ ଆସନ୍ତା ବିଧାନସଭା ଅଧିବେଶନରେ ସଂକଳ୍ପ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକ ଶେଷରେ ସଂସଦୀୟ ବ୍ୟାାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୁଚନା ଦେଇଛନ୍ତି । କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ଏକ ପ୍ରକାର ଚୁଡାନ୍ତ ହୋଇଛି । ପୂର୍ବରୁ ଅନ୍ୟ ରାଜ୍ୟରେ ଥିବା ବିଧାନ ପରିଷଦର କାର୍ଯ୍ୟ ପଦ୍ଧତିକୁ ଅନୁଧ୍ୟାନ କରି ମନ୍ତ୍ରୀ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । ଶାସକ ବିଜେଡି ଦଳ ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥିଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଧାନ ପରିଷଦ ଗଠନ କରାଯିବା ଏକ ରାଜନୀତିକ ଚାଲ୍ ବୋଲି କୁହାଯାଉଛି । ବିରୋଧି ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରୁଥିଲେ ମଧ୍ୟ ବିଧାନସଭାରେ ବିଜେଡିର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଥିବାରୁ ବିଧାନ ପରିଷଦ ସଂକଳ୍ପ ପାରିତ କରିବାରେ କୌଣସି ସମସ୍ୟା ସୃଷ୍ଟି ହେବନାହିଁ ।

LEAVE A REPLY

Please enter your comment!
Please enter your name here