ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଐତିହାସିକ ନିଷ୍ପତ୍ତି । ବିଧାନସଭାରେ ଆଜି କେବଳ ମହିଳା ବିଧାୟମାନେ ସେମାନଙ୍କ ମତ ରଖିବେ । ମହିଳା ବିଧାୟକମାନେ ପ୍ରଶ୍ନ କାଳରେ ସେମାନଙ୍କ ମତ ରଖିବେ । ଏହାପରେ ମଧ୍ୟ ସେମାନେ ମହିଳାମାନଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇପାରିବେ । ମହିଳା ବିଧାୟକମାନଙ୍କୁ ୩ ମିନିଟ୍ ଲେଖାଏଁ କହିବାକୁ ସୁଯୋଗ ଦିଆଯିବ । ସବୁ ମହିଳାମାନଙ୍କୁ କହିବାକୁ ସୁଯୋଗ ଦେବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ୪୭ ଜଣ ମହିଳା ବିଧାୟକ ଅଛନ୍ତି । ୫ ଜଣ ମହିଳାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି ।