ପତି-ପତ୍ନୀଙ୍କ ସମ୍ପର୍କ ସାତ ଜନ୍ମର । କିନ୍ତୁ ଅଧାବାଟରେ ଯଦି ଜଣେ ହାତ ଛାଡି ଚାଲିଯାଏ । ତାଠୁ ବଡ କଷ୍ଟ ଆଉ କିଛି ନଥାଏ । ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଛନ୍ତି ପତ୍ନୀ ଶିଖା । ରାଜୁଙ୍କ ପତ୍ନୀ ଶିଖାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଫଟୋରେ ଶିଖା କାନ୍ଦୁଥିବାର ଦେଖିବାକୁ ମିଳିଛି । ଯେତେବେଳେ ରାଜୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପତ୍ନୀ ଶିଖା ବହୁତ ଭାଙ୍ଗି ପଡିଥିଲେ । ଏବଂ ଗଣମାଧ୍ୟମକୁ କହିଥିଲେ ଯେ, ରାଜୁ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ସେ ଜଣେ ଫାଇଟର । ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ।
କିନ୍ତୁ ହସାଉଥିବା ମଣିଷଟି ଆଜି ଚିରନିଦ୍ରାରେ ଶୋଇଯାଇଛି । ଆଜି ଦିଲ୍ଲୀରେ ନିଗମବୋଧ ଘାଟରେ ରାଜୁଙ୍କର ଶେଷକୃତ୍ୟ କରାଯିବ । ଅନ୍ତିମ ବିଦାୟ ଦେବାକୁ ପହଁଞ୍ଚିଛନ୍ତି ରାଜୁଙ୍କ ପତ୍ନୀ ଶିଖା । ରାଜୁଙ୍କ ପ୍ରଶଂସକ ଏବଂ ପରିବାର ବର୍ଗ ନିଗମବୋଧ ଘାଟରେ ପହଁଞ୍ଚିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here