ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ବାଙ୍ଗଲାଦେଶ ଆଡକୁ ମୁହାଁଇବ । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ ବୋଲି କୁହାଯାଇଛି । ଏହି ସୂଚନା ଦେଇଛନ୍ତି ସୋଆ ପାଣିପାଗ ବିଭାଗ ମୁଖ୍ୟ ଶରତ ସାହୁ । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ବାତ୍ୟା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଆକଳନ କରାଯାଇନାହିଁ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା 24 ଘଣ୍ଟା ଭିତରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଆସନ୍ତା ପାଞ୍ଚଦିନ ଯାଏଁ ବାତ୍ୟାର କୌଣସି ସମ୍ଭାବନା ନାହିଁ ।

LEAVE A REPLY

Please enter your comment!
Please enter your name here