ଚାରିଦିନ ଛୁଟି ପରେ ବିଧାନସଭା ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦଳ ବିରୋଧି ମନ୍ତବ୍ୟ ଦେଇ ଦଳରୁ ବହିଷ୍କୃତ ହୋଇଥିବା ପାରାଦୀପ ବିଧାୟକ ଡା. ଦାମୋଦର ରାଉତଙ୍କୁ ସ୍ଥାନାନ୍ତର କରାଯାଇଛି । ସେ ଏବେ ଏଫ ବ୍ଲକର ୧୦ ନମ୍ବର ସିଟରେ ବସିବେ ।
ନିୟମଅନୁଯାୟୀ ଯଦି ଜଣେ ଦଳରୁ ବହିଷ୍କାର ହୁଅନ୍ତି ସେ ଆଉ ସଂପୃକ୍ତ ଦଳର ସଦସ୍ୟ ହୋଇ ରହିପାରିବେ ନାହିଁ । କିନ୍ତୁ ଗୃହରେ ତାଙ୍କ ସଭ୍ୟ ପଦ ରହିବା ସହିତ ତାଙ୍କୁ ନନଆଟାଚ ମେମ୍ବର ଭାବରେ ଗ୍ରହଣ କରାଯିବ । ଏହିଅନୁସାରେ ସେ ଆଉ ପୂର୍ବ ଆସନରେ ବସ ପାରିବେ ନାହିଁ । ଏହି ଆଧାରରେ ଦାମ ବାବୁଙ୍କ ସ୍ଥାନ ମଧ୍ୟ ପରିବର୍ତ୍ତନ ହୋଇଛି । ସେ ପୂର୍ବରୁ ବସୁଥିବା ଡି ବ୍ଲକର ୩ ନମ୍ବର ସିଟରେ ନବସି ଏଫ ବ୍ଲକର ୧୦ ନମ୍ବର ସିଟରେ ବସିବେ । ତେବେ ଦାମବାବୁଙ୍କ ସିଟରେ ସୁଦାମ ମାରାଣ୍ଡି ବସିବେ ବୋଲି ସୂଚନା ରହିଛି । ଶାସକ ଦଳର ସୁପାରିଶ ଅନୁସାରେ ବାଚସ୍ପତ୍ତି ଆସନ ପରିବର୍ତ୍ତନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here