ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ । ବାଚନିକ ଭାବେ ସଂକଳ୍ପ ପାରିତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ସଂପର୍କରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜଷ୍ଟିସ ବି.ପି. ଦାସ କମିଶନଙ୍କ ସୁପାରିଶ ଆଧାରରେ ଏହି ଯୋଜନା କରାଯାଇଛି । ପ୍ରମୁଖ ଲକ୍ଷ୍ୟ ହେଉଛି, ଶ୍ରୀମନ୍ଦିରର ନିରାପତ୍ତା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତା ଏବଂ ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା । ଶ୍ରୀମନ୍ଦିର ପରିକ୍ରମା ଯୋଜନାର ରୂପରେଖ ପାଇଁ ମୁକ୍ୟମନ୍ତ୍ରୀ ଗଜପତି ମହାରାଜଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଯୋଜନା ସଂପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ନିଷ୍ଠାର ସହ କାମ କରିବା ଏବଂ ଶୀଘ୍ର ଶେଷ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ଏହି ଯୋଜନାରେ ସବୁ ଓଡିଆ ତଥା ଜଗନ୍ନାଥପ୍ରେମୀଙ୍କୁ ସାମିଲ ହେବା ପାଇଁ ସୁଯୋଗ ରହିଛି । ଏବଂ ଶ୍ରୀମନ୍ଦିର ପରିକ୍ରମା ୟୋଜନା ପାଇଁ ପୁରୀବାସୀଙ୍କ ତ୍ୟାଗକୁ ସେ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here