ମାର୍ଚ୍ଚ ୧ରୁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ବିଏମସି କମିଶନର ସୂଚନା ଦେଇଛନ୍ତି । ଏହି ତୃତୀୟ ପର୍ଯ୍ୟାୟ ଟିକାକରଣରେ ବୟସ୍କଙ୍କ ସହ ୨୦ ପ୍ରକାର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଧ୍ମିୟ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ରାଜଧାନୀର ୨୨ଟି ହସ୍ପିଟାଲକୁ ଅନୁମତି ମିଳିଛି । ତାଲିକାଭୁକ୍ତ ବାଇଶଟି ହସପିଟାଲ ମଧ୍ୟରେ ରହିଛି ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲ । ଘରୋଇ ହସପିଟାଲ ମଧ୍ୟରେ ରହିଛି ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ । ତେବେ ସରକାରୀ ହସପିଟାଲରେ ସଂପୂର୍ଣ୍ଣ ମାଗଣା ଏବଂ କୌଣସି ସର୍ଭିସ ଚାର୍ଜ ନ ଥିବା ବେଳେ ଘରୋଇ ହସପିଟାଲରେ ଶହେଟଙ୍କା ସର୍ଭିସ ଚାର୍ଜ ଦେବାକୁ ହେବ । ସରକାରୀ ଓ ଘରୋଇ ହସପିଟାଲରେ ଟିକା ନେବାକୁ ହେଲେ ନାଁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଟିକାକରଣ ସଂପର୍କରେ ସୂଚନା ଦେବା ସହ ବିଏମସି କମିଶନର ପାଞ୍ଚଟି ରାଜ୍ୟ ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ଓ କେରଳରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି ଏବଂ ଏହିସବୁ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ସପ୍ତାହେ ପାଇଁ ବାଧ୍ୟତାମୂଳକ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here