ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ମମିତା ତାତି । ମମିତା ମେହେରଙ୍କୁ ନ୍ୟାୟ ଓ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଦିବ୍ୟ ଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିରେ ଆଜି ବିଧାନସଭା ଗେଟରେ ତାଲା ପକାଇଥିଲା କଂଗ୍ରେସ । ଗେଟରେ ତାଲା ପକାଇବା ସହିତ ଧାରଣା ଦେଇଥିଲେ କଂଗ୍ରେସର ବିଧାୟକ ମାନେ । ତାରା ପ୍ରସାଦ ବାହିନୀ ପତି ଅଭିଯୋଗ କରିଥିଲେ ବିଧାନସଭା ଏକ ପବିତ୍ର ସ୍ଥାନ । ଯେହେତୁ ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ସମ୍ପୃକ୍ତ ଅଛନ୍ତି । ତେଣଉ ସେ ବିଧାନସଭାକୁ ଆସିଲେ ଗୃହ ଅପବିତ୍ର ହେବ । ପରେ କଂଗ୍ରେସର ତାଲାକୁ ଭାଙ୍ଗି ଦେଇ ବିଧାନସଭା ପରିସରକୁ ପ୍ରବେଶ କରିଥିଲେ କର୍ମଚାରୀମାନେ ।

LEAVE A REPLY

Please enter your comment!
Please enter your name here