ସଡକ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏବେ ସଡକ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି । ରବିବାର ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ ସାଇରସ ମିସ୍ତ୍ରୀ । ଗାଡିର ପଛରେ ବସିଥିଲେ ମଧ୍ୟ ସିଟ୍ ବେଲ୍ଟ ନବାନ୍ଧିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାପରେ ଏକ୍ସପର୍ଟ କହିଛନ୍ତି ଯେ, ପଛରେ ବସି ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି ସିଟ୍ ବେଲ୍ଟ ବାନ୍ଧିବା ଜରୁରୀ । କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରି ମଧ୍ୟ ଆଦେଶ ଦେଇଛନ୍ତି, ଯେ ପଛରେ ବସିଲେ ବି ସିଟ୍ ବେଲ୍ଟ ବାନ୍ଧନ୍ତୁ । ଯଦି ଏହି କଥାକୁ ଅମାନ୍ୟ କରାଯାଏ ତେବେ ୧୦୦୦ ଟଙ୍କା ଚାଲାଣ କଟାଯିବ । ଖାଲି ଏତିକି ନୁହେଁ ଯଦି ପଛରେ ବସି ସିଟ୍ ବେଲ୍ଟ ବ୍ୟବହାର କରିନାହାଁନ୍ତି ତେବେ ଆଲାରାମ ବାଜିବ । ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଏହି ବାବଦରେ ଘୋଷଣା କରି ଗଡକରୀ କହିଛନ୍ତି, ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଗ୍ୟପ୍ତି ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here