ଯୁଗ ଯାଇଁ କେଉଁଠି ପହଁଞ୍ଚିଲାଣି । କିନ୍ତୁ ଅନ୍ଧ ବିଶ୍ୱାସରରୁ ମୁକୁଳି ପାରୁନି ମଣିଷ । ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ନିର୍ଘାତ ମାଡ଼ ମାରୁଛି ଗୁଣିଆ । ସେତିକି ନୁହେଁ, ଚପଲ ଖୁଆଇବାକୁ ବି ଉଦ୍ୟମ କରୁଛି । ଏଣେ ପିଲାଟି ମାଡ଼ ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଧା ଥାନା ରାଣୀଗୁଡ଼ା ଗାଁରେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସୁଚନାଅନୁସାରେ ମହାଦେବ ଗାଁର ୧୦ ବର୍ଷର ଏହି ପିଲା ଦେହ ନିୟମିତ ଭାବେ ଅସୁସ୍ଥ ହେଉଥିଲା। ଉପଯୁକ୍ତ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ପୁଅକୁ ଭୂତ ଲାଗିଥିବା ଆଶଙ୍କା କରୁଥିଲେ। ତେଣୁ ସେମାନେ ପୁଅକୁ ରାଣୀଗୁଡ଼ା ସ୍ଥିତ ଜଣେ ଗୁଣିଆ ପାଖକୁ ନେଇଥିଲେ ।
ପିଲାଟି ପହଞ୍ଚିବା ପରେ ଚୁଣ୍ଟିଆ ରାଉଳ ନାମକ ଜଣେ ପୁରୁଷ ଗୁଣିଆ ଏବଂ ଅନ୍ୟ ଜଣେ ମହିଳା ଗୁଣିଆ ଆରମ୍ଭ କରିଦେଲେ ଚିକିତ୍ସା। ଚିକିତ୍ସା ତ ନୁହେଁ, ପିଲାଟି ଉପରେ ଅକଥନୀୟ ନିର୍ଯାତନା । କେତେବେଳେ ବାଡିରେ ତ କେତେବେଳେ କଂଟା ଗଛରେ ପିଟିଲେ ପିଲାକୁ । ଏ ଦୃଶ୍ୟକୁ ଗାଁ ଲୋକେ ଦେଖୁଥିଲେ ବି କେହି ବିରୋଧ କରି ନଥିଲେ ।

LEAVE A REPLY

Please enter your comment!
Please enter your name here