କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ସେ ଇସ୍ତଫା ଦେଉଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସାମ୍ପ୍ରଦାୟିକ ରାଜନୈତିକ ସ୍ଥିତି ଦେଖା ଦେଇଥିବାବେଳେ ଦଳିତମାନଙ୍କୁ ସମ୍ମାନ ଓ ନ୍ୟାୟ ମିଳୁନାହିଁ । ଏନେଇ ସେ ବାରମ୍ବାର ସ୍ୱର ଉଠାଉଥିଲେ । ତେବେ ଏଭଳି ପରିସ୍ଥିତିରେ ସେ ଜଣେ ଦଳିତ ବିଧାୟକ ହୋଇ ମଧ୍ୟ ଜଣେ ଦଳିତ ପୀଡିତାଙ୍କୁ ନ୍ୟାୟ ଦେଇ ପାରିନଥିଲେ । ଫଳରେ ତାଙ୍କ ବିବେକ ଡାକରାରେ ସେ ଇସ୍ତଫା ଦେଇଛନ୍ତି । ତେବେ ଶ୍ରୀ ଶଗରିଆଙ୍କ ଇସ୍ତଫା ପରିପ୍ରେକ୍ଷୀରେ ରାଜ୍ୟ ରାଜନୀତି ଏକରକମ ସରଗରମ ହୋଇ ଉଠିଛି। ଗୋଟିଏ ପଟେ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଶ୍ରୀ ଶଗରିଆଙ୍କ ଇସ୍ତଫା କେତେଦୂର କଂଗ୍ରେସ ଦଳକୁ ଓ ତାଙ୍କୁ ବ୍ୟକ୍ତିଗତ ଭାବେ ରାଜନୈତିକ ଲାଭ ଦେବା ତାହା ବର୍ତ୍ତମାନ ଆକଳନ କରିବା ସମ୍ଭବ ହେଉନାହିଁ ।
ଆସନ୍ତା ଡିସେମ୍ବର ୬ ରେ ସେ ରାଜ୍ୟର ଦଳିତ ମାନଙ୍କୁ ଏକାଠି କରି ଦଳିତଙ୍କ ପାଇଁ ନ୍ୟାୟ ଦାବି କରିବେ । ରାଜ୍ୟରେ ଦଳିତ ମାନେ ଅବହେଳିତ ହେଉଥିବାବେଳେ ରାଜଧାନୀରେ ଏକ ବିଶାଳ ସମାବେଶ କରିବାର ଯୋଜନା କରିଛନ୍ତି ଶ୍ରୀ ଶଗରିଆ ।

LEAVE A REPLY

Please enter your comment!
Please enter your name here