ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି. ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ପରେ ବାଚସ୍ପତି ଦିଲ୍ଲୀପଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି. ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ନେତୃତ୍ବ ଉପରେ ଅସନ୍ତୁଷ୍ଟ ଥିଲେ. ସେହିପରି ଆଇଜିଏଚକୁ ସୁପର ସ୍ପେସାଲିଟି ହସ୍ପିଟାଲ କରିବା ପାଇଁ ସେ ଦାବି କରି ଆସୁଥିଲେ. ଦୀର୍ଘଦିନ ଧରି ଦଳୀୟ ନେତୃତ୍ବ ଉପରେ ଅସନ୍ତୁଷ୍ଟ ଥିବା ଦିଲ୍ଲୀପ ଦଳ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଥିଲା. ତେବେ ବିଧାୟକ ପଦରୁ ଇସ୍ତଫା ଦେବା ପରେ ସେ ଓ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି.