ଶେଷରେ ବିଜେପି ଛାଡିଲେ ଦଳର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ. ଦିଲ୍ଲୀପ ରାୟ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି. ଦିଲ୍ଲୀପଙ୍କ ଇସ୍ପଫା ପରେ ବିଜୟ ମହାପାତ୍ର ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ଦଳରୁ ଇସ୍ତଫା ଦେବା ବିଷୟ ଘୋଷଣା କରିଛନ୍ତି. ବିଜେପିରେ ଯୋଗ ଦେବା ତାଙ୍କ ପାଇଁ ସବୁଠୁ ବଡ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି. 2009ରେ ସେ ତରବରିଆ ଭାବେ ଏଭଳି ଭୁଲ ନିଷ୍ପତ୍ତି ନେଇଥିଲେ. ତେବେ ବିଜେପିରେ ଯ଼ୋଗ ଦେବା ପରେ ଏହି ଦୁଇ ନେତାଙ୍କୁ ଦଳ ଭିତରେ ସେଭଳି ଗୁରୁତ୍ବ ଦିଆଯାଉନଥିଲା. ମହାନଦୀ ଭଳି ପ୍ରସଙ୍ଗରେ ବିଜୟ ନିଜ ଦଳର ନେତୃତ୍ବ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ. ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଦଳୀୟ ନେତୃତ୍ବ ସହ ମତାନ୍ତର ଦେଖାଦେଇଥିଲା. ଦଳ ଭିତରେ ଏକ ଘରିକିଆ ହୋଇପଡିଥିବା ବିଜୟଙ୍କୁ କେନ୍ଦ୍ରାପଡା ଜିଲ୍ଲା କମିଟି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲା. ଅନ୍ୟପକ୍ଷରେ ବିଧାୟକ ଦିଲ୍ଲୀପ ରାୟ ବି ଦଳରୁ ଇସ୍ତଫା ଦେଇଛନ୍ତି. ଦୁଇ ନେତା ବିଜେଡିରେ ଯୋଗ ଦେବେ କି ଦାମୋଦର ରାଉତଙ୍କ ନୂଆ ଦଳକୁ ଯିବେ, ତାହା ସ୍ପଷ୍ଟ କରିନାହାନ୍ତି.

LEAVE A REPLY

Please enter your comment!
Please enter your name here