ଦିନକୁ ଦିନ ବଢିବାରେ ଲାଗିଛି ହାତୀ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁ ହେବା ଘଟଣାକୁ ଲୋକେ ଭୁଲି ନଥିବା ବେଳେ ବୁଧବାର ରାତି ୧୦ଟା ୩୦ରେ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ଏହି ଘଟଣାରେ ବନବିଭାଗ ଆଜି ସକାଳେ ସମ୍ପୃକ୍ତ ମାଲଗାଡ଼ିର ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରିଛି ।
ସୁଚନାଅନୁସାରେ, ରାମଚନ୍ଦ୍ରପୁର ପ୍ଲାଣ୍ଟ ସମ୍ମୁଖରେ ରାତି ୧୦ ସମୟରେ ୯ଟି ହାତୀ ଟ୍ରେନ ଲାଇନରେ ଆସୁଥିବାବେଳେ ମାଇହାତୀ ରେଳଧାରଣାରେ ରହିଯାଇଥିଲା । ଏହି ସମୟରେ ମାଲବାହୀ ଟ୍ରେନଟି ମାଇହାତୀଟିକୁ ଧକ୍କା ଦେଇଥିଲା । ଫଳରେ ହାତୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥଲା । ଖବର ପାଇ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆଜି ସକାଳେ ହାତୀର ମୃତଦେହ ବ୍ୟବଛେଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here