ବଲିଉଡ ବାଦଶାହା ଶାହାରୁଖଙ୍କ ପରେ ଏବେ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ନିଜର ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ବଲିଉଡ ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ. ନଭେମ୍ବର 27 ତାରିଖ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ର ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ମାଧୁରୀ ପ୍ରସ୍ତୁତ ବୋଲି କହିଛନ୍ତି. ଏବେ ସମସ୍ତଙ୍କ ଅପେକ୍ଷା ନଭେମ୍ବର 27 ତାରିଖକୁ. ଆୟୋଜିତ ହେବାକୁ ଥିବା ‘ଦ ଆର୍ଥ ସଙ୍ଗ୍’ ନାଟକରେ ସେ ମୁଖ୍ୟ ଚରିତ୍ରରେ ନଜର ଆସିବେ. ଯାହାର ଥିମ୍ ରହିଛି ‘ୱାନନେସ୍ ଅଫ୍ ୟୁନିଟି’. ନୂପୁର ମହାଜନ ଏହାକୁ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଯେଉଁଥିରେ ମାଧୁରୀ  ମଦର ଆର୍ଥ ଚରିତ୍ରରେ ନଜର ଆସିବେ. 40 ମିନିଟର ଏହି ନାଟକରେ ମାଧୁରୀଙ୍କ ସହ 1100 ସହ କଳାକାର ମଧ୍ୟ ନିଜର ଚରିତ୍ର ସଂପାଦନ କରିବେ. ଏହାକୁ ସିମକ୍ ଦାଭର କୋରିଓଗ୍ରାଫି କରିଥିବା ବେଳେ ଆକ୍ଟ ପାଇଁ ଗୀତ କମ୍ପୋଜ କରିଛନ୍ତି ରଂଜିତ୍ ବାରୋତ୍.

LEAVE A REPLY

Please enter your comment!
Please enter your name here