କର୍ତବ୍ୟ ଆଗରେ ହାର୍ ମାନିଛି କରୋନାର ଭୟ । ଘରର ଦାୟିତ୍ୱ ତୁଲାଇବା ସହ ନିଜ କର୍ତବ୍ୟ ସଂପାଦନ କରିବା ପାଇଁ ସବୁଦିନ ନିଜକୁ ପ୍ରସ୍ତୁତ କରୁଛନ୍ତି ଏହି ମହିଳା ମାନେ । ଯେତେବେଳେ କରୋନା ଭୟରେ ସାରା ସହର ଲକ୍ ଡାଉନ୍ ଭିତରେ, ସେତେବେଳେ ଏମାନଙ୍କୁ କାମ କରିବାକୁ ପଡେ । କୋଭିଡ -୧୯ ବିରୋଧରେ ଚାଲିଥିବା ମହାଯୁଦ୍ଧର ଏମାନେ ବି ଜଣେ ଜଣେ ସୈନିକ । ଏ ହେଲେ ସ୍ୱିପର କସ୍ତୁରୀ ନାଗ । ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରିସର ସଫେଇ କରିବା ୟାଙ୍କ ଦାୟିତ୍ୱ । ଯଦିଓ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଶହଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି, ତଥାପି କରୋନା ଭୟରେ କସ୍ତୁରୀ କେତେବେଳେ କାମ ବନ୍ଦ କରିନାହାନ୍ତି । ବରଂ ସଫାସୁତୁରା ରହିବା ସହ ମାସ୍କ ପିନ୍ଧିବା ପାଇଁ ସେ ନିବେଦନ କରୁଛନ୍ତି । ନିଜ କାମ ବାହାରେ ସେ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ କରୋନାକୁ ନ ଡରି ସଚେତନ ରହିବା ପାଇଁ ବୁଝାନ୍ତି । ଆଉ ଦେଖନ୍ତୁ, ଏ ହେଉଛନ୍ତି ରାୟଗଡା ଟାଉନ ଥାନାର ମହିଳା କନେଷ୍ଟବଳ ସସ୍ମିତା ପାଣିଗ୍ରାହୀ । ସସ୍ମିତା ଦିନକୁ ୧୦ ଘଣ୍‌ଟା ଡ୍ୟୁଟି କରିବା ସହ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଉଛନ୍ତି । ଘରେ ତାଙ୍କର କୁନି ପୁଅ । ତେବେ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ସ୍ୱାମୀ ଓ ଶାଶୂଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ଡ୍ୟୁଟିକୁ ବାହାରି ପଡନ୍ତି । କର୍ତବ୍ୟ ପାଖରେ ହାର୍ ମାନିଛି କରୋନା । କର୍ତବ୍ୟ ହିଁ ଭଗବାନ । ଏହି ମନ୍ତ୍ରରେ ପ୍ରତିଦିନ କସ୍ତୁରୀ ଓ ସସ୍ମିତାଙ୍କ ଭଳି ସୈନିକମାନେ ବାହାରି ପଡୁଛନ୍ତି କରୋନା ବିରୋଧୀ ଯୁଦ୍ଧରେ ସାମିଲ ହେବା ପାଇଁ ।

LEAVE A REPLY

Please enter your comment!
Please enter your name here