ଟ୍ରେଡ ୟୁନିଅନ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଧର୍ମଘଟର ଆଜି ଦ୍ୱିତୀୟ ଦିନ । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ୧୨ ଦଫା ଦାବୀ ନେଇ ୧୦ରୁ ଅଧିକ ଟ୍ରେଡ ୟୁନିଅନ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆନେ୍ଦାଳନକାରୀମାନେ ରେଳ ରୋକ କରିଛନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ଅନୁସାରେ ୨୨ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି ।
ଟ୍ୱିନସିଟିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକ ବାଦାମବାଡିରୁ ବସ ଚଳାଚଳ ବନ୍ଦ ରହିଥିବାବେଳେ ଭୁବନେଶ୍ୱର ଷ୍ଟେସନରେ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଗରିବ ରଥ ଟ୍ରେନକୁ ଅଟକେଇ ରଖିଛନ୍ତି । ତେବେ ରାଜଧାନୀରେ ଗାଡି ଚଳାଚଳ ସ୍ୱାଭାବିକ ରହିବା ସହ ଦୋକାନ ବଜାର ଖୋଲା ରହିଛି ।
ସେହିପରି ମୋଦି ହଟାଓ-ଶ୍ରମିକ ବଞ୍ଚାଓ ନାରା ଦେଇ ଭାରତ ବନ୍ଦକୁ ସମର୍ଥନ କରି କୋରକୁଣ୍ଡା ବ୍ଲକ ଆଦିବାସୀ ଦଳିତ ବିକାସ ସମିତି ଦୁଇ ଦିନିଆ ବନ୍ଦ ପାଳନ କରିଛନ୍ତି । ସରକାର ଦାବି ନ ଶୁଣିଲେ ଆଗକୁ ଆନେ୍ଦାଳନ ତିବ୍ର ହେବ ବୋଲି ସମ୍ପାଦକ ଦେବେନ୍ଦ୍ର ପଡିଆମି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଭାରତ ବନ୍ଦକୁ ସମର୍ଥନ କରି ଭବାନୀପାଟଣାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ , ସ୍ୱାଧୀନ ଫେଡରେସନ, ସିଆଟିୟୁ, ରାଜ୍ୟ ବିଦୁ୍ୟତ ଶ୍ରମିକ କର୍ମଚାରୀ ସଙ୍ଗ ପକ୍ଷରୁ ଭବାନୀପାଟଣା ଘୋଡଘାଟ ଛକ ଠାରେ ରାସ୍ତାରୋକ ସହ ପିକେଟିଂ କରି ବିଭିନ୍ନ ଅଫିସ ବନ୍ଦ କରିଛନ୍ତି । ଭବାନୀପାଟଣା ସହରର ବିଭିନ୍ନ ସ୍କୁଲ କଲେଜ ଅଫିସ ବନ୍ଦ ରହିଛି ।
ଜଗତସିଂହପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ଅଲ ଓଡିଶା ଲେଡିଜ ୱାର୍କରସ ଆସୋସିଏସନର କର୍ମକର୍ତ୍ତା । ସରକାର ବିରୋଧି ସ୍ଲୋଗାନ ଦେବାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିଛନ୍ତି କର୍ମକର୍ତ୍ତା ।

LEAVE A REPLY

Please enter your comment!
Please enter your name here