ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଉଠାଇନେଲା ପୋଲିସ । ୧୦ରୁ ଅଧିକ ପୋଲିସ ଅଫିସରକୁ ନେଇ ଟିମ୍ ଅର୍ଣ୍ଣବଙ୍କ ବାସଭବନକୁ ଆସିଥିଲେ । ଘରେ ଜୋର ଜବରଦସ୍ତ ପସିବା ସହିତ ତାଙ୍କୁ ଅର୍ଣ୍ଣବଙ୍କୁ ଉଠାଇନେଇଥିଲେ । ଅର୍ଣ୍ଣବଙ୍କୁ ମୁମ୍ବାଇ ପୋଲିସ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଉପରେ ଗୁଣ୍ଡାଗିରିର ଅଭିଯୋଗ କରିଛନ୍ତି ଅର୍ଣ୍ଣବ । ଅର୍ଣ୍ଣବଙ୍କୁ ପରିବାର ଲୋକଙ୍କ ସହିତ ମିଶିବାକୁ ମଧ୍ୟ ଦିଆଯାଇନଥିଲା । ମୁମ୍ବ୍ଧବ ପୋଲିସ ପୂର୍ବରୁ କୌଣସି ନୋଟିସ କିମ୍ବା ସମନ ମଧ୍ୟ ଜାରି କରିନଥିଲା । ଘରୁ ଉଠାଇନେବାବେଳେ କୋର୍ଟର କୌଣସି କାଗଜପତ୍ର ମଧ୍ୟ ଦେଖାଇନଥିଲା । ତେବେ ୨୦୧୮ର ଇଣ୍ଟେରିୟର ଡିଜାଇନର ଅନ୍ୟବ ନାଏକ ଓ ତାଙ୍କ ମା ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆତ୍ମହତ୍ୟା ପାଇଁ ଉସକେଇବା ମାମଲାରେ ବନ୍ଧା ହୋଇଛନ୍ତି ଅର୍ଣ୍ଣବ ।

LEAVE A REPLY

Please enter your comment!
Please enter your name here