2002 ଗୋଧ୍ରା ଦଙ୍ଗା ସମୟର ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା 11 ଜଣ ଦୋଷୀଙ୍କୁ ଗୁଜରାଟ ଓ କେନ୍ଦ୍ର ସରକାର କ୍ଷମା କରିଦେବା ମାମଲାର ଶୁଣାଣୀ କରିବା ପାଇଁ ସୁପ୍ରିମକୋର୍ଟ ଆସନ୍ତା ମେ ନ’ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଆଜୀବନ ଜେଲ ଦଣ୍ଡ ଭୋଗୁଥିବା 11 ଜଣ କଏଦୀଙ୍କୁ ଗତ ଅଗଷ୍ଟ 15 ତାରିଖରେ ଗୁଜରାଟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କ୍ଷମା ପ୍ରଦାନ କରି ଜେଲରୁ ଖଲାସ କରିଥିଲେ । ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍ ଦାୟର କରାଯିବା କୋର୍ଟ ସରକାରଙ୍କୁ କ୍ଷମା ପ୍ରଦାନ ସଂକ୍ରାନ୍ତୀୟ ଫାଇଲ ଦେଖାଇବାକୁ କହିଥିଲେ । ମାତ୍ର ଉଭୟ ଗୁଜରାଟ ସରକାର ଓ କେନ୍ଦ୍ର ସରକାର ସ୍ବତନ୍ତ୍ର କ୍ଷମା ପ୍ରଦାନ ଫାଇଲ ଦେଖାଇବାକୁ ମନା କରିଦେଇଥିଲେ । ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଗୁଜରାଟ ସରକାରଙ୍କୁ ସମାଲୋଚନା କରିବା ସହ ସ୍ବତନ୍ତ୍ର କ୍ଷମା ସଂକ୍ରାନ ଫାଇନ ୱ ଦେଖାଇଲେ କୋର୍ଟ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିବା ପରେ ରାଜ୍ୟ ସରକାର ଫାଇଲ ଦେଖାଇବାକୁ ରାଜି ହୋଇଛନ୍ତି । କୋର୍ଟ କହିଛନ୍ତି, ଗୋଧ୍ରା ଦଙ୍ଗା ବେଳେ ପୀଡିତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଏହା ଏକ ସାଧାରଣ ହତ୍ୟାକାଣ୍ଡ ନୁହେଁ ଏବଂ ଏହି ଅପରାଧ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଓ ସଂପ୍ରଦାୟ ବିରୋଧରେ ହୋଇଥିବାରୁ ଏହାକୁ ସାଧାରଣ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here