2002 ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଦଣ୍ଡାଦେଶ ଅବଧି ସରିବା ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଉଭୟ ମହାରାଷ୍ଟ୍ର ଓ ଗୁଜରାଟର ତଳ କୋର୍ଟ ଓ ହାଇକୋର୍ଟ ଏହି ମାମଲାରେ ଦେଇଥିବା ଦଣ୍ଡାଦେଶ ନିଷ୍ପତ୍ତିକୁ ବିଚାର କରି
ଏଗାର ଜଣ ଦୋଷୀଙ୍କୁ ଅବଧି ପୂର୍ବରୁ ମୁକ୍ତ କରିବାର ଅଧିକାର ଗୁଜରାଟ ସରକାରଙ୍କର ନାହିଁବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ 2022ରେ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶରେ ଜେଲରୁ ମୁକ୍ତ ହୋଇଥିବା ଏଗାର ଜଣ ଦୋଷୀ ପୁଣି ଜେଲକୁ ଫେରିବେ ।
ସୂଚନାଯୋଗ୍ୟ 2002 ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଅପରାଧୀମାନେ ଗଣଦୁଷ୍କର୍ମ କରିଥିଲେ । ସେତେବେଳେ ବିଲକିସଙ୍କୁ 21 ବର୍ଷ ହୋଇଥିଲା ଏବଂ ସେ ପାଞ୍ଚମାସର ଗର୍ଭବତୀ ଥିଲେ । ତା ପୂର୍ବରୁ ସେମାନେ ବିଲକିସଙ୍କ ପରିବାରର ସାତଜଣଙ୍କୁ ଅତି ଅମାନୁଷିକ ଭାବେ ନିର୍ଯାତନା ଦେଇ ହତ୍ୟା କରିଥିଲେ । ଏହି ମାମଲାରେ 2008ରେ 11 ଜଣ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here