ଆଜିକା ଦିନରେ କେତେ ସୁରକ୍ଷିତ ଜଣେ ନାରୀ? ଟିକେ ଭଲ କରି ଦେଖନ୍ତୁ ଏ ଭିଜୁଆଲ । ଏ ହେଉଛି ବିହାର ସହରସା ଅଞ୍ଚଳର ଦୃଶ୍ୟ । ସ୍କୁଲ ଯାଉଥିବା ଜଣେ ଛାତ୍ରୀଙ୍କୁ କିଛି ରୋଡ ସାଇଡ ରୋମିଓ ଟଣା ଓଟରା କରୁଛନ୍ତି । ଜଣେ କି ଦୁଇ ଜଣ ନୁହଁନ୍ତି ୫ କି ୬ ଜଣ ମିଶି ଝିଅଟିକୁ ଦୁର୍ବ୍ୟବହାର କରୁଛନ୍ତି । ଝିଅଟି ସେମାନଙ୍କ ପାଖରେ କାକୁତି ମିନତି ହେଉଛି ଏବଂ ବହୁତ ଜୋରରେ ବି କାନ୍ଦୁଛି । କିନ୍ତୁ ଝିଅଟିକୁ ଛାଡିବା ତ ଦୁରର କଥା ଏହି ଦୃଶ୍ୟକୁ ଭିଡିଓ ଉତ୍ତୋଳନ କରିଛନ୍ତି କିଛି ଯୁବକ । ଜଣେ ଯୁବକ ଝିଅକୁ ବଞ୍ଚାଇବାକୁ ଆସିଥିଲେ । କିନ୍ତୁ ତାଙ୍କୁ ବି ଛାଡିନଥିଲେ ରୋଡ ସାଇଡ ରୋମିଓ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁୂ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି । ଏହି ଘଟଣାକୁ ନେଇ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସୁଶାସନରେ ଦୁଃଶାସନ ରାଜ୍ ଚାଲିଥିବା ଅଭିଯୋଗ କରିଛନ୍ତି । ବିହାରର ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଏବେ ରାସ୍ତାରେ କେହି ଯିବା ଆସିବା କରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି ବୋଲି ସେ କହିଛନ୍ତି । ଭିଡିଓ ଅପଲୋଡ ହେବା ପରେ ପୋଲିସ ପଙ୍କଜ ଯାଦବ ନାମକ ଜଣେ ଯୁବକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here