2024 ନିର୍ବାଚନ ବର୍ଷ । 2023-24 ବଜେଟରେ ସରକାର ନୂଆ ଯୋଜନା ଘୋଷଣା କରିଥିବା ବେଳେ ଆଜି ତାର ବିସ୍ତୃତ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ପୂର୍ବରୁ ବେକାର ଯୁବକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କିଲଡ ଓଡିଶା ଯୋଜନା ଚାଲିଥିବା ବେଳେ ଆଜି କ୍ୟାବିନେଟ ‘ନୂଆ ଓଡିଶା’ ଯୋଜନାକୁ ମଂଜୁରୀ ଦେଇଛି । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ସରକାର 100 କୋଟି ଟଙ୍କା ଖର୍ଚ୍ଚ କରିବେ । ତିନିବର୍ଷ ପାଇଁ ଏଙି ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି ଏବଂ ତିନିବର୍ଷ ଭିତରେ ସରକାର ପ୍ରତିବର୍ଷ ଏକଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚ ପ୍ରଶିକ୍ଷିତ ଓ ଦକ୍ଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ମୋଟ 385 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି ।

‘ନୂଆ ଓଡ଼ିଶା’ ଯୋଜନାରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହାଦ୍ବାରା ପ୍ରଶିକ୍ଷଣ ପରେ ଉଚ୍ଚ ପ୍ରଶିକ୍ଷିତ ଓ ଦକ୍ଷ ଯୁବକଯୁବତୀ ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇପାରିବେ । ରାଜ୍ୟରେ ଦକ୍ଷ ମାନବ ସମ୍ବଳ ଅଭାବକୁ ଦୂର କରାଯାଇପାରିବ ବୋଲି ସରକାର କହିଛନ୍ତି । ଏହି ଯୋଜନାରେ ଆଡ୍ ଅନ୍ ସ୍କିଲ୍, ଡିଜିଟାଲ ଓ ଇ-ପାଠ୍ୟକ୍ରମ, କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ, ଥ୍ରୀଡି ପେଣ୍ଟିଂ ଭଳି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ସ୍ଥିର କରାଯାଇଛି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରିଥିବା ସ୍କିଲଡ ଓଡିଶାରେ କେତେ ବେକାର ଯୁବକଯୁବତୀ ଦକ୍ଷ ହେଲେ ଏବଂ ସେମାନେ କେଉଁଠି ନିଯୁକ୍ତି ପାଇଲେ, ତାର ତଥ୍ୟ ସରକାରଙ୍କ ପାଖରେ ନାହିଁ ।

LEAVE A REPLY

Please enter your comment!
Please enter your name here