ଇଣ୍ଡିଆନ ପେନାଲ କୋର୍ଡ ବା ଭାରତୀୟ ପିଙ୍ଗଳ କୋର୍ଡରେ ବ୍ୟବସ୍ଥା କରା।ଯାଇଥିବା ଦଣ୍ଡବିଧାନ ଧାରା ଲୋକଙ୍କ ପାଖରେ ଏତେ ପରିଚିତ ଥିଲା ଯେ, ଲୋକେ ଧୂର୍ତ୍ତ ତଥା ଠକ ପ୍ରକୃତିର ବ୍ୟକ୍ତିକୁ ଚାରିଶହ ବିଶ୍ ବୋଲି ସମ୍ବୋଧନ କରୁଥିଲେ । ଏବେ ଗୃହମନ୍ତ୍ରୀ ଅମିତ ଶାହ ଗୃହରେ ଭାରତୀୟ ନ୍ୟାୟ ସଂହିତା ବିଲ୍ ଗୃହରେ ଉପସ୍ଥାପନ କରିବା ପରେ ଦେଶର ଦଣ୍ଡ ବିଧାନ ଧାରାରେ ବ୍ୟାପକ ପରିବର୍ତ୍ତନ ହେବ । ଯେମିତି ଠକେଇ ପାଇଁ ପୂର୍ବରୁ ଥିବା ଆଇପିସି ଧାରା 420କୁ ଏବେ ନ୍ୟାୟ ସଂହିତାରେ 316 ଧାରାରେ ରଖାଯାଇଛି । ସେହିପରି ହତ୍ୟା ପାଇଁ ଲାଗୁ କରାଯାଉଥିବା 302 ଦଫା ଏବେ ଧଝାରା 101ରେ ପରିବର୍ତ୍ତନ ହୋଇଯିବ । ନୂଆ ଆଇନରେ ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦେବା ବ୍ୟବସ୍ଥା କରାଯାଇଛି ।
ପୂର୍ବରୁ ଆଇପିସିରେ 511ଟି ଧାରା ରହିଥିବା ବେଳେ ଭାରତୀୟ ନ୍ୟାୟ ସଂହିତାରେ 356ଟି ଧାରା ରଖାଯାଇଛି । ବ୍ରିଟିଶ ଅମଳରୁ ପ୍ରଚଳିତ ଆଇପିସିକୁ ବିଭିନ୍ନ ସମୟରେ ସଂଶୋଧନ କରାଯାଇ ଉପଧାରା ପ୍ରବର୍ତ୍ତନ କରାଯାଇଥିଲେ ହେଁ ଦଣ୍ଡବିଧାନ ଆଇନକୁ ସରଳ କରିବା ପାଇଁ ଏହି ବିଲ୍ ଅଣାଯାଇଛି । ଗୃହରେ ଆଗତ ଭାରତୀୟ ନ୍ୟାୟ ସଂହିତା ବିଲକୁ ବିଚାର ନିମନ୍ତେ ସିଲେକ୍ଟ କମିଟିକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here