ଭାରତୀୟ କୁସ୍ତି ମହାସଂଘ ପରିଚାଳନା ପାଇଁ ଏକ ଅସ୍ଥାୟୀ ପ୍ୟାନେଲ ଗଠନ କରିବାକୁ କେନ୍ଦ୍ର ସରକାର ଇଣ୍ଡିଆନ ଅଲିମ୍ପିକ ଆସୋସିଏସନକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଅଲିମ୍ପିକ ଆସୋସିଏସନକୁ ଚିଠି ଲେଖାଯିବା ସହ କୁସ୍ତି ମହାସଂଘର ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ରଣାଳୟ ନିଲମ୍ବିତ କରିଛି । ଅଲିମ୍ପିକ ଆସୋସିଏସନକୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ କମିଟି କୁସ୍ତି ମହାସଂଘର ସମସ୍ତ କାର୍ଯ୍ୟ ସଂପାଦନ କରିବ । ଖେଳାଳି ଚୟନ ଠାରୁ ପ୍ରତିଯୋଗିତାର ସ୍ଥାନ ଓ ସମୟ ମଧ୍ୟ ଏହି ଅସ୍ଥାୟୀ କମିଟି ନିର୍ଦ୍ଧାରଣ କରିବ । କୁସ୍ତି ମହାସଂଘର ନବନିର୍ବାଚିତ ସଭାପତି ସଞ୍ଜୟ ସିଂହଙ୍କ ପୂର୍ବତନ ସଭାପତି ବିଜେପି ସାଂସଦ ବ୍ରିଜଭୂଷଣଙ୍କ ସହ ସଂପର୍କ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଥିଲା କୁସ୍ତି ମହାସଂଘ । ବ୍ରିଜଭୂଷଣଙ୍କ ବିରୋଧରେ କୁସ୍ତି ମହାସଂଘର ଅନେକ ଖେଳାଳି ୟୌନ ଉତ୍ପୀଡନ ଅଭିଯୋଗ ଆଣିବା ସହ ଦୀର୍ଘଦିନ ଧାରଣାରେ ବସି ରହିବା ପରେ ସରକାର ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ନବନିର୍ବାଚିତ ସଭାପତି ଓ ତାଙ୍କ ଟିମକୁ ନିଲମ୍ବିତ କରାଯିବା ସହ ଅଲମ୍ପିକ ଆସୋସିଏସନ ଦ୍ବାରା ଗଠିତ ଅସ୍ଥାୟୀ କମିଟି ସମସ୍ତ ଦାୟିତ୍ବ ନିର୍ବାହ କରିବ ।

LEAVE A REPLY

Please enter your comment!
Please enter your name here