ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଲୋକଙ୍କ ଉପରେ ଖର୍ଚ୍ଚ ବୋଝ ବଢିଚାଲିଛି. ୧୨ ଦିନ ଭିତରେ ପେଟ୍ରୋଲ ଦର ବୃଦ୍ଧି ଘଟି 82 ଟଙ୍କାରେ ପହଞ୍ଚିଛି. ସେହିପରି ଡିଜେଲ ଦର 81 ଟଙ୍କାକୁ ଛୁଇଁଲାଣି. ତୈଳଦର ବୃଦ୍ଧି ପ୍ରତିବାଦରେ ପୂର୍ବରୁ ରାଜ୍ୟରେ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ 7 ରୁ 9 ତାରିଖ ଯାଏଁ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି.