ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଏବେ ଅଡୁଆରେ ବିଜେପି ନେତା ବୈଜୟନ୍ତ ପଣ୍ଡା । ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଇ ଜେରା କରିବା ଘଟଣାକୁ ନିଜ ଟୁଟର ପେଜରେ ସମାଲୋଚନା କରିଛନ୍ତି ବୈଜୟନ୍ତ । ଓଡିଶା ଏବଂ ମହାରାଷ୍ଟ୍ରରେ ଆଇନଗତ ପ୍ରକ୍ରିୟାକୁ ଅନୁସରଣ ନକରି ସାମ୍ବାଦିକଙ୍କ ପ୍ରତି ନିଆଯାଉଥିବା ପଦକ୍ଷେପକୁ ସେ ପାକିସ୍ତାନ ସହ ତୁଳନା କରିଛନ୍ତି । ଏଭଳି ଘଟଣାକୁ ସେ ଫାସୀବାଦ ବୋଲି ଆଖ୍ୟା ଦେଇଛନ୍ତି । ତେବେ ବୈଜୟନ୍ତଙ୍କ ଏହି ଟୁଇଟକୁ ନେଇ ଆରମ୍ଭ ହୋଇଛି ଆକ୍ଷେପ ପ୍ରତିଆକ୍ଷେପ । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ବୈଜୟନ୍ତ ଓଡିଶାକୁ ପାକିସ୍ତାନ ସହ ତୁଳନା କରିବା ଦୁର୍ଭାଗ୍ୟଜନକ ଘଟଣା । ଯେଉଁ ରାଜ୍ୟରୁ ସେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ପୂର୍ବରୁ ନିର୍ବାଚିତ ହୋଇଥିଲେ ସେହି ରାଜ୍ୟକୁ ସେ ପାକିସ୍ତାନ ସହ ତୁଳନା କରିବା ଓଡିଶା ଓ ଓଡିଆଙ୍କ ପ୍ରତି ଅପମାନ । ସେହିପରି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବୈଜୟନ୍ତଙ୍କ ଏଭଳି ଟୁଇଟକୁ ଓଡିଶାବାସୀ ଓ ଓଡିଆ ସଂସ୍କୃତି ପ୍ରତି ଲଜ୍ଜ୍ୟାଜନକ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here