ଦିନିକିଆ ବୌଦ୍ଧ ଓ କଣ୍ଟାମାଳ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୭୦ କୋଟି ଟଙ୍କା ମୂଲ୍ୟର ୧୩୦ଟି ବିଭିନ୍ନ ଜନମଙ୍ଗଳକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।  ଏଥିରୁ କେବଳ ୫୦୨ କୋଟି ଟଙ୍କାର ପ୍ରକଳ୍ପ କେବଳ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ଥିବାବେଳେ  କଣ୍ଟାମାଳ ପାଇଁ ୧୧୬ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ରହିଛି  । ଏହିସବୁ ପ୍ରକଳ୍ପ ମଧ୍ୟରେ ରହିଛି୪ଟି ହାଇଭୋଲ୍‌ଟେଜ୍‌ ସେତୁ ଓ ୬ଟି ସଡ଼କ ପ୍ରକଳ୍ପ ।  କାଳିଆ ଯୋଜନାରେ ରାଜ୍ୟର ସମସ୍ତ ଚାଷୀ, ଭୂମିହୀନ, ଛୋଟ ଚାଷୀ ସମସ୍ତଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାରେ ଭୂମିହୀନ, ଭାଗଚାଷୀ, ଛୋଟ ଚାଷୀଙ୍କ ପାଇଁ କିଛି ସୁବିଧା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେମାନଙ୍କୁ ମଧ୍ୟ କେନ୍ଦ୍ରସରକାର ତାଙ୍କ ଯୋଜନାରେ ସାମିଲ କରନ୍ତୁ। ଏଥିପାଇଁ ସେ କେନ୍ଦ୍ରସରକାରଙ୍କୁ ପତ୍ରରେ ଅନୁରୋଧ କରିଥିବା କଥା କହିଛନ୍ତି । କାଳିଆ ଯୋଜନାରେ ଯେମିତି ଜଣେ ହେଲେ ବି ବଞ୍ଚିତ ରହିବେ ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ନଜର ରଖିବା କଥା କହିଛନ୍ତି।

LEAVE A REPLY

Please enter your comment!
Please enter your name here